ମୁଖ୍ୟ ଖବର

ଅନୁଗୁଳରେ ରାଜସ୍ୱ କମିଶନରଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା: ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରାମର୍ଶ

By Angul TV Bureau

April 23, 2024

 

ଅନୁଗୁଳ : ଆଗାମୀ ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନ ୨୦୨୪ ଉପଲକ୍ଷେ ଅନୁଗୁଳ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଶ୍ରୀକାନ୍ତ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସର୍କିଟ ହାଉସରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ବୁଥରେ ପିଇବା ପାଣି, ବିଦ୍ୟୁତ୍, ଆଶ୍ରୟ ସ୍ଥଳୀ ଭଳି ମୌଳିକ ସୁବିଧାର ଆୟୋଜନ କରିବା ପାଇଁ କମିଶନର ନିର୍ଦ୍ଦେଶ ଦେଇଥିଲେ। ସେହିପରି ମତଦାନ ପ୍ରତିଶତ କମ ଥିବା ଅଞ୍ଚଳ ମୁଖ୍ୟତଃ ଶିଳ୍ପାଞ୍ଚଳ ଗୁଡିକରେ ଅଧିକରୁ ଅଧିକ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏ ଅବସରରେ ଶ୍ରୀ ପୃଷ୍ଟି ପୋଷ୍ଟାଲ ବାଲଟ, ସି ଭିଜିଲ ଆପ, ସୁବିଧା ପୋର୍ଟାଲର କାର୍ଯ୍ୟକାରିତାକୁ ନେଇ ସମୀକ୍ଷା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ହେମନ୍ତ କୁମାର ସିଂହ, ଅତିରିକ୍ତ ଆରକ୍ଷୀ ଅଧିକାରୀ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ସେକ୍ଟର ଅଫିସର ପ୍ରମୁଖ ଉପସ୍ଥିତ ଥିଲେ।