ମୁଖ୍ୟ ଖବର

ଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ: ୩୩ଟି ମାମଲାର କଲେ ଶୁଣାଣି

By Angul TV Bureau

July 22, 2025

ଅନୁଗୁଳ: ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସଚ୍ଚିନ୍ ରାମଚନ୍ଦ୍ର ଯାଦବ ଆଜି ଏକ ଦିନିକିଆ ଅନୁଗୁଳ ଗସ୍ତରେ ଆସିଛନ୍ତି। ଶ୍ରୀ ଯାଦବ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ରାଜସ୍ବ ମାମଲାର ଶୁଣାଣି (କ୍ୟାମ୍ପ କୋର୍ଟ) କରିଥିଲେ। ସେ ମୋଟ ୩୩ ଗୋଟି ରାଜସ୍ବ ମାମଲା ଶୁଣାଣି କରି ୧୨ ଟିର ଫଇସଲା କରିଥିଲେ।ଶିବିରରେ ଆଇନଜୀବୀ, ଆବେଦନକାରୀ, ଜିଲ୍ଲାସ୍ତରୀୟ ରାଜସ୍ବ ଅଧିକାରୀ ଓ ସମ୍ବଲପୁର ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟର ଅଧିକାରୀ ମାନେ ଉପସ୍ଥିତ ଥିଲେ।