ମୁଖ୍ୟ ଖବର

ଆଦିବାସୀ ମେଳାରେ ମା’ ମଙ୍ଗଳା ଏସ.ଏଚ.ଜିର ସଫଳତା

By Biswaranjan Pattnaik

January 18, 2025

ଅନୁଗୁଳ: ଅନୁଗୁଳ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଜେରଙ୍ଗ ବନ ସଂରକ୍ଷଣ ସମିତିର ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଗତ ଭୁବନେଶ୍ୱର ଆଦିବାସୀ ମେଳାରେ ଭଲ କାରବାର କରିଥିବା ଜଣାପଡିଛି। ମାତ୍ର ୧୨ ଦିନରେ ମେଳାରେ ମହିଳା ସଦସ୍ୟା ମାନେ ରେକର୍ଡ ୧୧,୫୮,୦୭୪ ଟଙ୍କାର କାରବାର କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ମେଳାରେ ୧୭ଟି ଫରେଷ୍ଟ ଡିଭିଜନର ବିଭିନ୍ନ ମହିଳା ଗୋଷ୍ଠୀ ଆମ ଜଙ୍ଗଲ ଯୋଜନାରେ ତାଲିମ ନେଇ ମୋଟ ୮୧,୯୨,୦୦୦ ଟଙ୍କାର କାରବାର କରିଛନ୍ତି। ମହିଳା ସଶକ୍ତିକରଣ କ୍ଷେତ୍ରରେ ଆମ ଜଙ୍ଗଳ ଯୋଜନାର ତାଲିମ ଓ ମାର୍ଗଦର୍ଶନ ସହାୟକ ଗ୍ରୁପ ଗୁଡିକୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବାପାଇଁ ଯଥେଷ୍ଟ ପ୍ରେରଣା ଦେଖାଇଛି। ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଚାଉଳ, ଡାଲି, ଆଚାର, ମସଲା, ଔଷଧୀୟ ତୈଳ ଓ ଅନ୍ୟାନ୍ୟ ଆୟୁର୍ବେଦିକ ଉତ୍ପାଦ ବିକ୍ରି କରିଥିଲେ। ଏହି କାରବାର ଦ୍ଵାରା ମହିଳା ଗ୍ରୁପ ଗୁଡିକର ଆତ୍ମ ମର୍ଯ୍ୟାଦା ବଢିବା ସହ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ବେଶ ସ୍ୱାବଲମ୍ବୀ ହୋଇପାରିଥିବା ଜଣାପଡିଛି।