ମୁଖ୍ୟ ଖବର

ଓଡ଼ିଶାରେ ରେକର୍ଡ ତାପମାତ୍ରା: ଝାରସୁଗୁଡ଼ାରେ ପାରଦ ୪୭ ଡିଗ୍ରୀ ଛୁଇଁଲା

By Angul TV Bureau

May 31, 2024

ଭୁବନେଶ୍ବର: ମୌସୁମୀ କେରଳ ଛୁଇଁଲା ପରେ ବି ଓଡ଼ିଶାରେ ତାପମାତ୍ରା କମିବାର ନାଁ ଧରୁନି। ଗୁରୁବାର ରାଜ୍ୟରେ ଚଳିତ ବର୍ଷର ତାପମାତ୍ରା ରେକର୍ଡ କରିଛି। ଝାରସୁଗୁଡ଼ାରେ ପାରଦ ୪୭ ଡିଗ୍ରୀ ଛୁଇଁଛି। ଏଥି ସହିତ ଝାରସୁଗୁଡ଼ାରେ ମେ’ ମାସର ସର୍ବକାଳୀନ ରେକର୍ଡ ଭାଙ୍ଗିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗର ସୂଚନା ମୁତାବକ, ୨୬ ବର୍ଷ ପୂର୍ବରୁ ୧୯୯୮ ମେ’ ୨୮ ତାରିଖରେ ଝାରସୁଗୁଡ଼ାରେ ୪୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।