ଅନୁଗୋଳ: ଅନୁଗୋଳ ବନଖଣ୍ଡ ପକ୍ଷରୁ ବନପାଳ ଓ ବନରକ୍ଷୀ ନିଯୁକ୍ତି ପାଇଁ ଶାରୀରିକ ମାନଦଣ୍ଡ ମାପ (ପିଏସ୍ଏମ୍) ଓ ଶାରୀରିକ ଦକ୍ଷତା ପରୀକ୍ଷା (ପିଇଟି) ଅକ୍ଟୋବର ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହୋଇଛି। ଅନୁଗୋଳସ୍ଥିତ ଓଡ଼ିଶା ଫରେଷ୍ଟ ରେଞ୍ଜର୍ସ କଲେଜର ଅଶୋକ ଖେଳ ପଡ଼ିଆ ଏବଂ ଛେଳିଆପଡ଼ା–ନୂଆହତା ବାଇପାସ୍ ରାସ୍ତାରେ ଏହି ପରୀକ୍ଷା କରାଯାଇଥିଲା।
ପରୀକ୍ଷାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ସହ ପ୍ରାର୍ଥୀମାନଙ୍କ ସୁବିଧା ପାଇଁ ବନଖଣ୍ଡ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ନିଯୁକ୍ତି ନିୟମ ଅନୁଯାୟୀ ପ୍ରାର୍ଥୀଙ୍କ ଶାରୀରିକ ମାନଦଣ୍ଡ ଓ ଦକ୍ଷତା ଯାଞ୍ଚ କରାଯାଇଥିଲା।
ଜଙ୍ଗଲ ସୁରକ୍ଷା, ବନ୍ୟପ୍ରାଣୀ ସଂରକ୍ଷଣ ଓ ଜୈବ ବିବିଧତାର ରକ୍ଷା ପାଇଁ ଦକ୍ଷ ଓ ନିଷ୍ଠାପର ବନ କର୍ମଚାରୀ ନିଯୁକ୍ତି ଦିଗରେ ଏହି ପରୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଜଣାପଡ଼ିଛି।