ମୁଖ୍ୟ ଖବର

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନରେ ଚାକିରି, ଦ୍ୱାଦଶ ପାସ୍‌ ପ୍ରାର୍ଥୀ କରନ୍ତୁ ଆବେଦନ

By Angul TV Bureau

June 09, 2024

 

ଭୁବନେଶ୍ୱର: ଆଇସିଏମଆରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନରେ ଖାଲି ପଡ଼ିଛି ଅନେକ ପଦବୀ। ଏଠାରେ ଆସିଷ୍ଟାଣ୍ଟ ଗ୍ରୁପ ବି, ଟେକ୍ନିସିଆନ ଏବଂ ଲାବ୍ରୋଟାରୀ ଆଟେଡାଣ୍ଟ ପଦବୀରେ ଭର୍ତ୍ତି ହେଉଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରନ୍ତୁ। ଆବେଦନ କରିବାର ଶେଷ ତାରିଖ ରହିଛି ୧୬ ଜୁନ୍‌।

ଏଥିପାଇଁ ଅନଲାଇନ nin.res.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ

ମୋଟ ପଦ : ୪୪

ଆବେଦନ ଶେଷ : ଜୁନ୍‌ ୧୬

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ କିଛି ପଦ ପାଇଁ ୧୨ଶ ପାସ୍‌ କରିଥିବା ଜରୁରୀ । ଆଉ କିଛି ପଦ ପାଇଁ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ପଦବୀ ଅନୁଯାୟୀ ଭିନ୍ନ ଭିନ୍ନ ରହିଛି।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଦେବାକୁ ହେବ । ପରୀକ୍ଷା ଜୁଲାଇରେ ହେବ ।

ଦରମା : ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀ ପାଇଁ ୩୫ ହଜାରରୁ ୧ ଲକ୍ଷ ଯାଏଁ ଦରମା ମିଳିବ । ଟେକ୍ନିକାଲ ଆସିଷ୍ଟା ପଦବୀ ପାଇଁ ୬୩ ହଜାର ଦରମା ରହିଛି ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।