ଘଟଣା ଓ ଦୁର୍ଘଟଣା

କୁକୁର ସହିତ ରିଲସ୍ କରି ଯୁବକ ଗୁରୁତର

By Biswaranjan Pattnaik

May 03, 2023

ଅନୁଗୁଳ: ଗୋଟିଏ ବୁଲା କୁକୁର ସହିତ ରିଲସ୍ କରିବାକୁ ଯାଇ ଜଣେ ଯୁବକ ଏବେ କୋମାରେ ଥିବା ଖବର ମିଳିଛି। ଦେବଗଡ଼ ଅଞ୍ଚଳର ଯୁବକ ମୋହନ ପ୍ରଧାନ ଗୋଟିଏ ବୁଲା କୁକୁର ସହିତ ରିଲସ୍ ସୁଟିଂ କରିବାକୁ ଗୋଟିଏ ହାତରେ ବରା ଏବଂ ଅନ୍ୟ ହାତରେ ମୋବାଇଲ ଧରି କାମ ଆରମ୍ଭ କଲେ। ବରାଟିକୁ କୁକୁରର ମୁହଁପାଖକୁ ବାରମ୍ବାର ନେଇ ଫେରାଇ ଆଣିବା ଦ୍ୱାରା କୁକୁରଟି ରାଗି ମୋହନର ମୁଣ୍ଡକୁ କାମୁଡି ଦେଲା ମୋହନ ଏହାପରେ ତତ୍କାଳ ଏଆର୍ଭି ଭାକ୍ସିନ ନ ନେଇ ଅବହେଳା କଲେ। ପାଞ୍ଚ ଦିନ ପରେ ଟୀକା ନେବା ସତ୍ତ୍ୱେ ସେ ଜଳାତଙ୍କର ଶିକାର ହେଲେ। ଏବେ ସେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କୋମାରେ ଜୀବନ ମରଣ ସହ ଲଢେ଼ଇ କରୁଛନ୍ତି। ସୂଚନା ଯୋଗ୍ୟ ଯେ ମୋହନ ଜଣେ ମୋବାଇଲ ମରାମତି ମିସ୍ତ୍ରୀ ଭାବେ ଅନୁଗୁଳରେ ରହି କାମ କରୁଥିଲେ।