କ୍ରୀଡ଼ା

ଆଞ୍ଚଳିକ ବନଖଣ୍ଡ କ୍ରୀଡା ପ୍ରତିଯୋଗୀତା ୨୦୨୪ ଉଦ୍‌ଘାଟିତ

By Angul TV Bureau

September 21, 2024

ଅନୁଗୁଳ: ଓଡିଶା ବନରାଜିକ ମହାବିଦ୍ୟାଳୟ ଅନୁଗୁଳ ପରିସରରେ ବନ ବିଭାଗର ଆଞ୍ଚଳିକ ବନଖଣ୍ଡ କ୍ରୀଡା ପ୍ରତିଯୋଗୀତା – ୨୦୨୪ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର କଟକ ଆଠଗତ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ୨୪୩ ଜଣ ବନକର୍ମଚାରୀ ଓ ଅଧିକାରୀ ଯୋଗ ଦେଇଛନ୍ତି । ପୂର୍ବାହ୍ନରେ ଆୟଜିତ ଉଦ୍‌ଘାଟନ ସଭାରେ ବକ୍ଷିଣାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କ୍ରୀଡା ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ପରେ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ଆୟଜିତ ଉଦଘାଟିତ ଉତ୍ସବରେ ଅନୁଗୁଳ ଡିଏଫଓ ନିତିସ୍ କୁମାର ସଭାପତିତ୍ୱ କରିଥିବା ବେଳେ ବନ ବିଭାଗର କ୍ଷେତ୍ର ନିର୍ଦ୍ଦେଷକ ସୁଧାଂଶୁ ଶେଖର ଖୋରା ଓଡ଼ିଶା ବନରାଜିକ ମହାବିଦ୍ୟାଳୟ ନିର୍ଦ୍ଦେଷକ ସଂଗ୍ରାମ କେଶରି ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଅତିଥି ଭାବରେ ଯୋଗ ଦେଇ କ୍ରୀଡା ପ୍ରତିଯୋଗିତା ଉପରେ ଯୁକ୍ତାତ୍ମକ ମନ୍ତବ୍ଯ ରଖିଥିଲେ । ଏହି ୨ ଦିନିଆ କ୍ରୀଡା ପ୍ରତିଯୋଗିତାରେ ସମସ୍ତ ଅଥଲେଟିକ୍ ଖେଳ ସହ ଲଙ୍ଗଜମ୍ପ, ହାଇଜମ୍ପ , ଥ୍ରୋ- ଡିସକସ୍ ସୁଇମିଙ୍ଗ ବ୍ୟାଡମିଟନ ଟେବୁଳ ଟେନିସ୍ ଓ ଚେସ ଖେଳ ପ୍ରତିଯୋଗିତାରେ ଅନ୍ତଭୁକ୍ତ।

ଆଜିର ସମସ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ବନ ସଂରକ୍ଷକ କୃଷ୍ଣ ଚନ୍ଦ୍ର ସାହୁ, ମୁରାରୀ ପ୍ରସାଦ ପଣ୍ଡା ବିଦ୍ୟା ସାମର ଓ ଆଲୋକ ମୁମାର ମାଝିଙ୍କ ସମେତ ଛେଣ୍ଡିପଦା ରେଞ୍ଜ ଅଫିସର ଶୋଭା ଶୁଚରିତା ମହାପାତ୍ର ଓ ଅନୁଗୁଳ ରେଞ୍ଜ ଅଫିସର ହରମନ ନାୟକ ପ୍ରମୁଖଙ୍କ ତତ୍ତ୍ବବଧାନରେ ସଂଞ୍ଚାଳନ କରାଯାଇଥିଲା।