ମୁଖ୍ୟ ଖବର

ଭୀଷଣ ଖରା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆଲର୍ଟ! ‘୧୧ଟାରୁ ଅପରାହ୍ନ ୩ଟା ଯାଏ ବାହାରେ ବୁଲ ନାହିଁ’

By Angul TV Bureau

April 02, 2024

ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି ଖରା। ତତଲା କଡେଇରେ ଭାଜି ହେଉଛି ପୂରା ରାଜ୍ୟ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଦିନ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଲୋକମାନେ ବାହାରେ ନ ବୁଲିବାକୁ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୪୦ରୁ ଊର୍ଦ୍ଧ୍ଵ ହୋଇଥିବା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪, ତାଳଚେରରେ ୪୦.୪ ଡିଗ୍ରୀ ଛୁଇଁଥିଲା। ଆଗକୁ ଦୁଇଦିନ ଏଭଳି ତାପମାତ୍ରା ରହିବ। ରାଜ୍ୟରେ ପଶ୍ଚିମାଝଡ଼ର ପ୍ରକୋପ ରହିବ। ତେଣୁ ଜଳୀୟବାଷ୍ପ ରାଜ୍ୟ ଭିତରକୁ ପ୍ରବାହ କରିବ। ଆସନ୍ତା ୪ରୁ ୬ ତାରିଖ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ଆହୁରି ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ସେ ଚେତାବନୀ ଦେଇଛନ୍ତି।