ମୁଖ୍ୟ ଖବର

ବହୁ ପୁରାତନ ଗାଡି ମାଲିକଙ୍କ ପାଇଁ ଖୁସି ଖବର: ଏଣିକି ହେଇ ପାରିବ ପଞ୍ଜୀକରଣ

By Biswaranjan Pattnaik

January 04, 2023

ଅନୁଗୁଳ: ୫୦ ବର୍ଷ ବା ତଦୁର୍ଦ୍ଧ ସମୟର ସ୍କୁଟର,ମୋଟର ସାଇକଲ,କାର ଯଦି ଭଲ ଅବସ୍ଥାରେ କାହା ପାଖରେ ଥାଏ ଏବଂ ଗାଡି ମାଲିକ ଯଦି ତାହାକୁ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି ତେବେ ଏହା ଏବେ ସମ୍ଭବ ହୋଇପାରିବ। ଦେଶରେ ଓଡିଶା ହେଉଛି ପ୍ରଥମ ରାଜ୍ୟ ଯିଏକି ସିଏମ୍ଭି ରୂଲ ୧୯୬୯ ଅନୁସାରେ ପୁରୁଣା ଗଡ଼ିଗୁଡିକର ପଞ୍ଜିକରଣ ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଯେଉଁମାନଙ୍କର ପୁରୁଣା ଗାଡି ରଖିବାର ସଉକ ଅଛି ଏବଂ ଗାଡି ଯଦି ଫିଟ ଅଛି ତେବେ ଏହାର ପଞ୍ଜିକରଣ କରାଯାଇପାରିବ।ଏହି ସବୁ ଗାଡି ଗୁଡିକ ପାଇଁ ସ୍ୱତନ୍ତ୍ର ନମ୍ବର ପ୍ଲେଟ କରାଯିବ। ଗାଡିର ୧୦ ବର୍ଷ ପାଇଁ ପଞ୍ଜିକରଣ ଦେୟ ପ୍ରାୟ ୨୦ ହଜାର ଟଙ୍କା ପଡିବ। ଏହି ଗାଡି ଗୁଡିକ ନିୟମିତ ଏବଂ ବ୍ୟବସାୟିକ ଭିତ୍ତିରେ ଚଲାଯାଇପାରିବ ନାହିଁ। ବ୍ୟକ୍ତିଗତ କାର୍ଯ୍ୟରେ ସୀମିତ ବ୍ୟବହାର ପାଇଁ ଏହାକୁ ଲଗାଯାଇପାରିବ। ଗାଡି ମାଲିକ ଚାହିଁଲେ ଏହାକୁ ବିକ୍ରି ମଧ୍ୟ କରିପାରିବେ।