ମୁଖ୍ୟ ଖବର

ଏମବିବିଏସ୍/ବିଡିଏସ୍ ନାମଲେଖା ପାଇଁ ଆଜିଠୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ

By Angul TV Bureau

September 30, 2022

ଭୁବନେଶ୍ବର/ଅନୁଗୁଳ: ମେଡିକାଲ୍ କଲେଜରେ ଏମବିବିଏସ୍/ବିଡିଏସ୍ ନାମଲେଖା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଏ ନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୋଟିଫିକେସନ ମୁତାବକ, ଓଡ଼ିଶାର ଯେଉଁ ପ୍ରାର୍ଥୀମାନେ ନିଟ୍ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି, ସେମାନେ ପଞ୍ଜିକରଣ କରିପାରିବେ। ଏଥିସହ ଅନ୍ୟ ରାଜ୍ୟର ଆଗ୍ରହୀ ଛାତ୍ରଛାତ୍ରୀ ଏନଆରଆଇ କୋଟାରେ ନାମ ଲେଖାଇବାକୁ ଆବେଦନ କରିପାରିବେ।

ଏହି ପ୍ରକ୍ରିୟା ପାଇଁ ସେପ୍ଟେମ୍ବର ୩୦ ତାରିଖ ୪ଟାରୁ ଅକ୍ଟୋବର ୧୦ ତାରିଖ ପୂର୍ବାହ୍ନ ୧୧ଟା ୫୯ ମିନିଟ ଭିତରେ ଛାତ୍ରଛାତ୍ରୀ ଅନଲାଇନରେ ପଞ୍ଜିକରଣ କରିପାରିବେ। ସେମାନେ ନିଜର ସାର୍ଟିଫିକେଟ ଓ ଅନ୍ୟ କାଗଜପତ୍ର ଅପଲୋଡ୍ କରି ଫି ଦାଖଲ କରିବେ। ସମସ୍ତ କାଗଜ ପତ୍ରର ଯାଞ୍ଚ ପରେ ଅକ୍ଟୋବର ୧୮ ତାରିଖ ୫ଟା ବେଳେ ଫାଇନାଲ ମେରିଟ୍ ଲିଷ୍ଟ ପ୍ରକାଶିତ ହେବ।

ଚଳିତବର୍ଷ ନିର୍ଦ୍ଦିଷ୍ଟ ସମୟରେ ଏମବିବିଏସ୍/ବିଡିଏସ୍ ନାମଲେଖା ପାଇଁ କାଉନସେଲିଂ ଅନୁଷ୍ଠିତ ହେବ ବୋଲି ବି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।