ଅନ୍ୟାନ୍ୟ

ଯୁବ ବିଜେଡି ପକ୍ଷରୁ ଟିକରପଡା ବନ୍ୟା ପ୍ରପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

By Angul TV Bureau

August 18, 2022

ଅନୁଗୁଳ: ରାଜ୍ୟରେ ବନ୍ୟାସ୍ଥିତି ସାଂଘାତିକ ହୋଇଛି। ବିଭିନ୍ନ ତଳି ଅଞ୍ଚଳରେ ପାଣି ପଶିବାରୁ ଲୋକମାନେ ଘର ଦ୍ୱାର ଛାଡ଼ି ଅନ୍ୟତ୍ର ରହୁଛନ୍ତି। ଅନୁଗୁଳ ଜିଲ୍ଲାର ବିଭିନ୍ନ ଗାଁ ବି ଏବେ ଜଳମଗ୍ନ ରହିଛି। ତେବେ ବୁଧବାର ଯୁବ ବିଜେଡିର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ବୋଟ୍ ମାଧ୍ୟମରେ ଟିକରପଡା ଗାଁର ୨ ଟି ଓ୍ବାର୍ଡରେ ଲୋକଙ୍କୁ ରିଲିଫ ବଣ୍ଟନ କରାଯାଇଛି।

ଯୁବ ବିଜେଡି ତରଫରୁ ଅସହାୟ ଲୋକ ଓ ପିଲାଙ୍କୁ ୧.୫ କ୍ୱିଣ୍ଟାଲ ଚୁଡା, ୫୦ କେଜି ଗୁଡ, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ସହ କ୍ୟାଣ୍ଡେଲ ବଣ୍ଟନ କରାଯାଇଛି। ସ୍ଥାନୀୟ ସରପଞ୍ଚ ସୌମ୍ୟରଞ୍ଜନ ସାହୁ ଓ ଓ୍ବାର୍ଡ ମେମ୍ବରଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କୁ ଏହି ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏ ଅବସରରେ ଯୁବ ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ ଅମିତ କୁମାର ଦାସ, ପ୍ରକାଶ ଭୋଇ, ମନୋରଞ୍ଜନ ତ୍ରିପାଠୀ, ରାକେଶ ପ୍ରଧାନ, ଚଉବନ ସାହୁ, ମୃତ୍ୟୁଞ୍ଜୟ ସାହୁ ଓ ପ୍ରଦ୍ୟୁମ୍ନ ପ୍ରଧାନ ସାମିଲ ହୋଇ ଲୋକଙ୍କୁ ଖାଦ୍ୟ ବାଣ୍ଟିଥିଲେ।