କ୍ରୀଡ଼ା

ରେଙ୍ଗାଳି ବାଘ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ: ସାନତ୍ରିବିଡା ଚାମ୍ପିଆନ୍

By Angul TV Bureau

December 12, 2025

କଣିହାଁ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଘୁଡ଼ିଆମରା ଖେଳପଡ଼ିଆରେ ଚାଲିଥିବା ରେଙ୍ଗାଳି ବାଘ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି। ଏହି ପରିପ୍ରେକ୍ଷୀରେ ସିନ୍ଦୂର ମିସାଇଲ କ୍ରିକେଟ କ୍ଲବ ସାନତ୍ରିବିଡା ଓ ଏସିସି ମାସୁଣୀହତା ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।

ତିନୋଟି ମ୍ୟାଚ ଭିତରୁ ସିନ୍ଦୂର ମିସାଇଲ ସାନତ୍ରିବିଡା ଦୁଇଟି ମ୍ୟାଚ ଜିତି ମଶୁଣିହତାକୁ ପରାସ୍ତ କରିଥିଲା। ଶ୍ରୀନିବାସ ସାମଲ ଓ ଅଜିତ ଗଡ଼ନାଏକ ଖେଳକୁ ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଲକିଟ୍ରାନ୍ସପୋର୍ଟ ମାଲିକ ଧର୍ମେନ୍ଦ୍ର ସାହୁ ମୁଖ୍ୟ ଅତିଥି, ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଧ୍ରୁବ ଚରଣ ଧୀର ମୁଖ୍ୟ ବକ୍ତା ଓ ବୁଲୁ ସାହୁ, ରୁନା ସାହୁ, ଜିତେନ୍ ସାହୁ ସମ୍ମାନିତ ଅତିଥି ଭାବ ଯୋଗ ଦେଇଥିଲେ। ବିଜେତା ଦଳକୁ ଟ୍ରଫି ସହ ୧୩ ହଜାର ୧ ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ୧୦ ହଜାର ୧ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା।

ବାଘ ମେମୋରିଆଲ କ୍ରିକେଟ କ୍ଲବ ସଭାପତି ପ୍ରଦୀପ ସାମଲ, ସମ୍ପାଦକ ସତ୍ୟବାନ ସାମଲ, ସଭ୍ୟ ସଞ୍ଜୟ ସାମଲ, ରାହୁଲ ଭୋଇ, ଜଗ ମାଝୀ, ସିପୁନ ମାଟିଆରୀ ସହ ରେଙ୍ଗାଳି ବାଘ ମେମୋରିଆଲ କ୍ଲବ୍‌ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ସହଯୋଗ କରିଥିଲେ।