ମୁଖ୍ୟ ଖବର

ରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ଅନୁଗୁଳ ଜିଲ୍ଲା ବିଜେପିର ପ୍ରତିନିଧି ଦଳ, କାଲି ରାଜ୍ୟପାଳଙ୍କୁ ଦେବେ ଦାବି ପତ୍ର

By Angul TV Bureau

December 05, 2023

ପାଳଲହଡ଼ା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ନେତୃତ୍ଵରେ ଆଜି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି। ସେମାନେ ଗୁରୁଜାଙ୍ଗ ପଞ୍ଚାୟତ ଦ୍ଵିତୀୟ ଚିଲିକାରେ ପହଞ୍ଚି ପାଣି ଭିତରେ ପଶି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏ ଅବସରରେ ସେମାନେ ସନ୍ତୋଷ ଦେହୁରି, ଲିଙ୍ଗରାଜ ଦାସ, ଗୋପାଳ ବିଶ୍ୱାଳ, ମୁରଲୀ ଜେନା ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ଆନ୍ଦୋଳନ ୫ ଦିନରେ ପହଞ୍ଚି ଥିଲେ ମଧ୍ୟ ପ୍ରଶାସନ କିମ୍ବା ସରକାର ସେମାନଙ୍କ ସମସ୍ୟା ବୁଝୁ ନ ଥିବାରୁ ବିଜେପି ପ୍ରତିକ୍ରିୟା ପ୍ରକାଶ କରିଛି। ଏନେଇ ଆସନ୍ତାକାଲି ରାଜ୍ଯପାଳଙ୍କୁ ଭେଟି ଏକ ଦାବି ପତ୍ର ଦେବାକୁ ପ୍ରତିନିଧିମଣ୍ଡଳୀ ନିଷ୍ପତ୍ତି କରିଛନ୍ତି।

ଏ ଅବସରରେ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଅଗସ୍ତି ବେହେରା, ଜିଲା କୋଷାଧ୍ୟକ୍ଷ ବିଶ୍ବଜିତ୍ ମିଶ୍ର, ମଣ୍ଡଳ ସଭାପତି ପଞ୍ଚାନନ ସାହୁ,ପ୍ରହ୍ଲାଦ ସାମଲ, ଗୌର ଚନ୍ଦ୍ର ପ୍ରଧାନ, ଜିଲ୍ଲା କମିଟି ସଦସ୍ୟ ସୁମନ୍ତ ପ୍ରଧାନ, ରଞ୍ଜିତ ସାମଲ, ଅଜିତ ପ୍ରଧାନ, ସରପଞ୍ଚ ଶଶୀଭୂଷଣ ଆଚାର୍ଯ୍ଯ, ମହେଶ୍ବର ବେହେରା, ବିକାଶ ନହରା, ଅନିଲ ପ୍ରଧାନ, ଅଲେଖ ଜେନା ପ୍ରମୁଖ ଉପସ୍ଥିତ ଥିଲେ।