ମୁଖ୍ୟ ଖବର

ପୁଣି ଖୋଲାଗଲା ରେଙ୍ଗାଳି ଡ୍ୟାମର ଗେଟ୍: ତଳମୁଣ୍ଡ ପାଇଁ ସତର୍କ ସୂଚନା ଜାରି

By Angul TV Bureau

August 10, 2026

ଅନୁଗୋଳ: ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ସ୍ଥିତ ରେଙ୍ଗାଳି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ବଢ଼ିବାରୁ ଏହି ପଦକ୍ଷେପ ନିଆଯାଇଛି।

ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ ସ୍ତର ୧୨୩.୫୦ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୨୨.୧୪ ମିଟରରେ ପହଞ୍ଚିଛି। ବର୍ତ୍ତମାନ ପ୍ରତି ସେକେଣ୍ଡରେ ୨,୫୦୦ ଘନମିଟର ଜଳ ପ୍ରବେଶ କରୁଥିବା ବେଳେ ୮ ନମ୍ବର ଗେଟ୍‌ ଏବଂ ପାୱାର ଚ୍ୟାନେଲ ଦେଇ ୨,୦୦୦ ଘନମିଟର ଜଳ ନିଷ୍କାସିତ ହେଉଛି।

ଜଳ ନିଷ୍କାସନ ଯୋଗୁଁ ତଳମୁଣ୍ଡରେ ନଦୀଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ କେହିବି ନଦୀକୁ ନଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।