ଅନୁଗୁଳ: ମା’ ବାସନ୍ତୀ ଦୁର୍ଗାପୂଜା ପଡିଆରେ ଅନୁଗୁଳ ଡିଫେନ୍ସ ଭେଟ୍ରାନ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏ ଅବସରରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ଟାମଡ଼ା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟନାୟକ। ନିଜ ଅଭିଭାଷଣରେ ଶ୍ରୀ ପଟନାୟକ ଭାରତୀୟ ଗଣତନ୍ତ୍ର ବେଶ ମଜଭୁତ ଏବଂ ଏହା ପଛରେ ଆମର ସମ୍ବିଧାନର ଗୁରୁ ଭୂମିକା ରହିଛି ବୋଲି କହିଥିଲେ। ଦେଶ ଏବେ ବିଭିନ୍ନ କ୍ଷେତ୍ରରେ ପ୍ରଗତି କରିଛି। ଶିଳ୍ପ କୃଷି ମହାକାଶ ବିଜ୍ଞାନ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଭାରତର ଅନେକ ସଫଳତା ପାଇଛି। ଜନ ସମୁଦାୟଙ୍କ ମିଳିତ ପ୍ରଚେଷ୍ଟା ଦେଶକୁ ଏକ ମହାଶକ୍ତିରେ ପରିଣତ କରିବ। ସମାରୋହରେ ଡିଫେନ୍ସ ଭେଟ୍ରାନର ସଭାପତି ମେଜର ସୁବେଦାର ଅନିଲ କୁମାର ମହାନ୍ତି ଅବସରପ୍ରାପ୍ତ ସୈନିକ ମାନେ କିଭଳି ସମାଜସେବା କ୍ଷେତ୍ର ରେ ନିଜକୁ ନିୟୋଜିତ ରଖୁଛନ୍ତି ତାହା ବର୍ଣନା କରିଥିଲେ। ସମାରୋହରେ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ଅମରେନ୍ଦ୍ର ବେହେରା ଓ ଆଥଲେଟ ପ୍ରକାଶ ଗଡ଼ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବାସନ୍ତୀ ଦୁର୍ଗାପୂଜା କମିଟି ସମ୍ପାଦକ ଅନୁପ ମହାନ୍ତି, ଉପଦେଷ୍ଟା ଆଡ଼ଭୋକେଟ ପ୍ରଦୀପ ଦେବତା ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଭେଟ୍ରାନର ଉପସଭାପତି ରଂଜିତ କୁମାର ଜେନା ଓ ସମ୍ପାଦକ ନାରାୟଣ ସାହୁ ଏବଂ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ସମାରୋହ ପରିଚାଳନା କରିଥିଲେ। ଶେଷରେ ଅଲି ଡ୍ୟାନ୍ସ ଏକାଡେମୀ ଏବଂ ନିଉ କ୍ରିଏସନ ଏକାଡେମୀ ପକ୍ଷରୁ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।