ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ସଦର ମହକୁମା ଷ୍ଟାଡିୟମ ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। କରୋନା ଯୋଗୁ ଗତ ୨ ବର୍ଷ ହେଲା ଲୋକମାନେ ପରେଡ଼ ଦେଖିପାରିନଥିବାରୁ ଚଳିତବର୍ଷ ଷ୍ଟାଡିୟମରେ ପ୍ରବଳ ଭିଡ଼ ଜମିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଳଲହଡା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏ ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବାଡା, ତହସିଲଦାର ଲମ୍ବୋଦର ମାରାଣ୍ଡି, ଏସ୍ ଡିପିଓ ସୁମନ ରଞ୍ଜିତା ସିଂ, ଥାନା ଭାରପ୍ରାପ୍ତ ଅଧିକାରୀ ପାରାଓ ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ପରେଡରେ ଯୋଗଦେଇଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ପାଳଲହଡା ଥାନା ଭାରପ୍ରାପ୍ତ ଅଧିକାରୀ ପାରାଓ ଟୁଡୁଙ୍କୁ ସମ୍ମାନିତ କରାଯାଇଥିଲା।