ଅନୁଗୁଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଜିନ୍ଦଲ ନଗରରେ ଥିବା ନବନିର୍ମିତ କ୍ରୀଡ଼ା କମ୍ପ୍ଲେକ୍ସଠାରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ ପତାକା ଉତ୍ତୋଳନ କରିଥିଲେ । ଜେଏସପି ଅନୁଗୁଳ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମଲହାନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଦାମୋଦର ମିତ୍ତଲ, କମ୍ପାନୀର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ ସଂପ୍ରଦାୟର ସଦସ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ ।
ପତାକା ଉତ୍ତୋଜନ ଏବଂ ଜାତୀୟ ସଂଗୀତ ଗାନ ପରେ ପରେ ଶ୍ରୀ ଜିନ୍ଦଲ ପ୍ୟାରେଡ ଅଭିବାଦନ ଗ୍ରହଣ କରିବା ସହ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିଥିଲେ ।
ଏହା ବ୍ୟତୀତ ଓ.ପି ଜିନ୍ଦଲ ସ୍କୁଲ, ଉକ୍ରଳ-ସି ମାଇନ୍ସ, ଶ୍ରୀଧାମ ପାୱାର ପ୍ଲାଂଟ, ଡିଏଭି-ସାବିତ୍ରୀ ଜିନ୍ଦଲ ସ୍କୁଲ ଏବଂ ଓ.ପି ଜିନ୍ଦଲ କମୁ୍ୟନିଟି କଲେଜ ଆଦି ସ୍ଥାନରେ ଗଣତନ୍ତ୍ର ଦିବସ ପାଳନ କରାଯାଥିଲା । ଯେଉଁଥିରେ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଯୋଗଦେଇ ଦେଶଭକ୍ତି ଓ ଦେଶପ୍ରେମ ଭାବନା ପ୍ରଦର୍ଶନ କରିଥିଲେ ।