ଅନ୍ୟାନ୍ୟ

ୟୁନାଇଟେଡ଼ ୟୁଥ କ୍ଲବ ପ୍ରାଙ୍ଗଣରେ ସାଧାରଣତନ୍ତ୍ର ଦିବସ ପାଳିତ

By Angul TV Bureau

January 26, 2025

ଅନୁଗୁଳ: ସ୍ଥାନୀୟ ୟୁନାଇଟେଡ଼ ୟୁଥ କ୍ଲବ ପ୍ରାଙ୍ଗଣରେ ୭୬ ତମ ସାଧାରଣତନ୍ତ୍ର ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଛି। ଆଜି ସକାଳେ ବିଶିଷ୍ଟ ଶିକ୍ଷାବିତ ଅଭିମନ୍ୟୁ ସ୍ୱାଇଁ କ୍ଲବ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବରିଷ୍ଠ ବ୍ୟବସାୟୀ ସତ୍ୟାନନ୍ଦ ଦଳବେହେରା, ଶିକ୍ଷାବିତ୍ ଯୁକ୍ତ ବୃନ୍ଦାବନ ସ୍ୱାଇଁ, ବିଶେଶ୍ୱର ସାହୁ ମଧ୍ୟ ଉପସ୍ଥିତି ଜନସାଧାରଣଙ୍କୁ ସାଧାରଣତନ୍ତ୍ର ବିଷୟରେ ଭାଷଣ ଦେଇଥିଲେ। ପରେ ୧୯ ନଂ ୱାର୍ଡ କାଉନସିଲ ବଳରାମ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନସ ସାହୁ, ସୂର୍ଯ୍ୟ ନାରାୟଣ ସ୍ୱାଇଁ, ରାମଚନ୍ଦ୍ର ଜେନା, ରମେଶ ବେହେରା, ଅଙ୍କିତ ଦଳବେହେରା ସହଯୋଗ କରିଥିଲେ।