ଅନ୍ୟାନ୍ୟ

ପଦ୍ମାଳୟା କ୍ଲବ ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

By Angul TV Bureau

January 27, 2024

ଅନୁଗୁଳ : ଶୁକ୍ରବାର ପୂର୍ବାହ୍ନରେ ଶିକ୍ଷକପଡ଼ା ପଦ୍ମାଳୟା କ୍ଲବ ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ନଗରପାଳ ତଥା ୧ ନଂ ୱାର୍ଡର କାଉନସିଲର ସୁକାନ୍ତି ଦାସ ଓ ୨ ନଂ ୱାର୍ଡର କାଉନସିଲର ଉଷା ରାଣୀ ସାମଲ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

ଏ ଅବସରରେ ସେ ଭାରତୀୟ ଗଣତନ୍ତ୍ର ମହାନ ଏଵଂ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ କୋଟି କୋଟି ଭାରତୀୟ ମାନେ ମାନି ଚଳୁଥିବା ପ୍ରକାଶ କରିଥିଲେ। ଏଥିରେ ସ୍କୁଲର ଛୋଟ ଛୋଟ ପିଲାମାନେ ଯୋଗଦେଇ ଜାତୀୟ ସଙ୍ଗୀତ ଗାନ କରିଥିଲେ। କ୍ଲବ ପକ୍ଷରୁ ସମସ୍ତ ସଭ୍ୟ ଯୋଗ ଦେଇ ଜାତୀୟ ସଙ୍ଗୀତ ଗାନ କରିବା ସହ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।