ଅନୁଗୁଳ: ବାସନ୍ତୀ ଦୁର୍ଗାପୂଜା ପଡିଆରେ ଅନୁଗୁଳ ପୂର୍ବତନ ସୈନିକ ସଂଘ ପକ୍ଷରୁ ୭୭ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସଂଘର ସଭାପତି ଅନିଲ କୁମାର ମହାନ୍ତିଙ୍କ ଲ ତତ୍ବାବଧାନରେ କ୍ୟାପଟେନ ଏସଏନ୍ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶ ମାତୃକାର ସେବା ପାଇଁ ପୂର୍ବତନ ସୈନିକ ମାନେ ସଦା ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ।ଏକଦା ଭାରତର ସୀମା ସୁରକ୍ଷା, ଅଖଣ୍ଡତା ବଜାୟ ରଖିଥିବା ଯବାନ ମାନେ ଅବସରର ପରେ ବି ଗଣତନ୍ତ୍ରକୁ ମଜଭୁତ ରଖିବା ଏବଂ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ବି ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ଅନେକ ଅଗ୍ନିବିର ସମାରୋହରେ ଯୋଗ ଦେଇଥିଲେ।
ଏହାପରେ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ୬୦ ରୁ ଉର୍ଦ୍ଧ୍ବ ସଦସ୍ୟ ଆମନ୍ତ୍ରଣ ପାଇ ଜେଏସପିଏଲ ପକ୍ଷରୁ ଆୟୋଜିତ ଗଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେଇଥିଲେ। ସେଠାରେ ଜିନ୍ଦଲ ଅଧିକାରୀ ମାନଙ୍କ ସହ କମ୍ପାନୀର ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ପୂର୍ବତନ ସୈନିକ ସଂଘର ସଦସ୍ୟ ମାନେ ପିତାବଳି ମନ୍ଦିର ନିକଟରେ ବୃକ୍ଷରୋପଣ ମଧ୍ୟ କରିଥିଲେ।