ଅନ୍ୟାନ୍ୟ

ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ରହିବା-ଖାଇବା ସହ ଅନ୍ୟ ସୁବିଧା ଦେବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଦାବି କଲେ ସମାଜସେବୀ

By Angul TV Bureau

September 14, 2022

ଅନୁଗୁଳ: କେନ୍ଦୁଝର ଭଳି ଅନୁଗୁଳରେ ବି ହେବ ଡିଏମଏଫ ସଂଜୀବନି ଭଳି ଏକ ପ୍ରକଳ୍ପ। ଏ ନେଇ ସୂଚନା ଦେଇଛନ୍ତି ସମାଜସେବୀ ଚିନ୍ମୟୀ ଦାସ। ସେ କହିଛନ୍ତି କେନ୍ଦୁଝର ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି।

ଏହି ଯୋଜନାରେ କଟକ ସ୍ଥାନାନ୍ତର ହେଉଥିବା ଗୁରୁତର ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ୨୦୦ ଟଙ୍କା ସହ ଖାଇବା ଓ ରହିବା ସୁବିଧା ଦିଆଯାଉଛି। ଏଭଳି ଏକ ଯୋଜନା ଅନୁଗୁଳ ମେଡିକାଲରେ ଆରମ୍ଭ କରିବା ପାଇଁ ଚିନ୍ମୟୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଆଜି ଭେଟି ଅନୁରୋଧ କରିଛନ୍ତି। ଜିଲ୍ଲାପାଳ ଏହି ଚିଠିକୁ ଗୁରୁତ୍ୱର ସହ ନେଇ ସିଡ଼ିଏମଓଙ୍କୁ ଫରୱାର୍ଡ କରିଛନ୍ତି। ଏହି କାର୍ଯ୍ୟକାରୀ ହେଲେ ବହୁ ଅସହାୟ ରୋଗୀ ଉପକୃତ ହୋଇପାରିବେ ବୋଲି ଚିନ୍ମୟୀ କହିଛନ୍ତି।