ମୁଖ୍ୟ ଖବର

ବିଭିନ୍ନ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦାବୀ

By Angul TV Bureau

August 10, 2024

ଅନୁଗୁଳ: ଅନୁଗୁଳ ଗସ୍ତରେ ଆସିଥିବା ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଜିଲ୍ଲାର ସ୍ବେଛାସେବୀ ମାନଙ୍କ ତରଫରୁ ବିଭିନ୍ନ ଖାଲିପଡ଼ିଥିବା ଡାକ୍ତର ପଦବୀ ପୂରଣ ନେଇ ଦାବୀପତ୍ର ପ୍ରଦାନ କରିଯାଇଅଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶତାଧିକ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଦୀର୍ଘଦିନ ଧରି ଜିଲ୍ଲାରେ ଜଣେ ମାତ୍ର ମେଡିସିନ ଡାକ୍ତର ରହିଥିବା କାରଣରୁ ସ୍ବାସ୍ଥ୍ୟସେବାରେ ବ୍ୟାହତ ଘଟିଛି । ଏଥିସହିତ ଅନୁଗୁଳରେ ହୃଦରୋଗ ଓ କିଡନୀ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଯେଉଁ ବିଭାଗର ଜଣେବି ନିୟମିତ ଡାକ୍ତର ନାହାନ୍ତି । ଏଠାରେ ହୃଦରୋଗ ଜନିତ ଆବଶ୍ୟକୀୟ ପରୀକ୍ଷଣ ଯେପରିକି ଇକୋ ଓ ଟ୍ରେଡମିଲ୍ ଉପକରଣ ମହଜୁଦ ନାହିଁ । ଫଳରେ ଉତ୍ତମ ଚିକିତ୍ସା ପାଇବାରୁ ଲୋକମାନେ ବଞ୍ଚିତ ହେଉଥିବା ବେଳେ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି ।

ଆହୁରି ମଧ୍ୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଡାଏଲୋସିସ୍ ବ୍ୟବସ୍ଥା ରହିଥିଲେ ମଧ୍ୟ ବିଭାଗୀୟ ଡାକ୍ତର ନେଫ୍ରୋଲୋଜିଷ୍ଟ ନଥିବାରୁ ଚିକିତ୍ସା ହୋଇ ପାରୁନାହିଁ ବୋଲି ସ୍ବେଛାସେବୀ ମାନେ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି ‌। ଏଥିସହିତ ଅନୁଗୁଳରେ ମେଡିକାଲ କଲେଜ ପାଇଁ ତାଳଚେର ହୋଇଥିବା ମେଡିକାଲ କଲେଜର ଡାକ୍ତରୀ ଶିକ୍ଷା ପ୍ରଦାନ କରାଯାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ବ୍ୟବସ୍ଥା କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଅଛି।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ ସ୍ବେଛାସେବୀ ଦଳର ପ୍ରତିନିଧିମାନଙ୍କ ମଧ୍ୟରେ ପର୍ଶୁରାମ ଦାଶ, ପ୍ରତାପ ମହାପାତ୍ର, ଆଦ୍ୟଶ୍ଲୋକ ମିଶ୍ର, ଗୁରୁ ଚରଣ ଗଡତିଆ,ଜୁଲୁ କୁମାର ସାହୁ ଓ ସ୍ଵରୁପ କୁମାର ପାଢୀ ପ୍ରମୁଖ ଉପସ୍ଥିତି ଥିଲେ।