ଘଟଣା ଓ ଦୁର୍ଘଟଣା

ଶୋଇବା ଘରୁ ନାଗ ସାପ ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଲେ ଉଦ୍ଧାରକାରୀ ଟିମ୍

By Angul TV Bureau

July 14, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ବଇଣ୍ଡା ବୈଷ୍ଣବସାହିର ପ୍ରମୋଦ କୁମାର ସାହୁଙ୍କ ଘରୁ ରବିବାର ଏକ ନାଗ ସାପ ଉଦ୍ଧାର ହୋଇଛି। ଉଦ୍ଧାରକାରୀ ଟିମ୍ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିବା ଜଣାଯାଇଛି।

ସୂଚନା ମୁତାବକ, ଏକ ନାଗ ସାପ ପ୍ରମୋଦଙ୍କ ଶୋଇବା ଘର ଭିତରକୁ ପଳାଇ ଆସିଥିଲା। ଯେତେ ଚେଷ୍ଟା କଲେ ବି ସାପ ବାହାରି ନଥିଲା। ଏନେଇ ପ୍ରମୋଦ ମାଧପୁର ଅଞ୍ଚଳର ସାପ ଉଦ୍ଧାରକାରୀ ସିଦ୍ଧେଶ୍ଵର ରଥଙ୍କୁ ସୂଚନା ଦେଇଥିଲେ। ଖବର ପାଇ ସିଦ୍ଧେଶ୍ଵର ପ୍ରମୋଦଙ୍କ ଘରେ ପହଞ୍ଚି ସୁରକ୍ଷିତ ଅବସ୍ଥାରେ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି।