ଘଟଣା ଓ ଦୁର୍ଘଟଣା

୧୦ ଫୁଟିଆ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଗାଁ ଲୋକ

By Angul TV Bureau

September 07, 2023

ଅନୁଗୁଳ: ଗୋତମର ଗାଁ ନିକଟସ୍ଥ ନାଲକୋ ଟ୍ରେନ ଲାଇନ ପାଖରୁ ବୁଧବାର ଏକ ୧୦ ଫୁଟ ଲମ୍ବା ଅଜଗର ସାପ ଉଦ୍ଧାର ହୋଇଛି। ଗାଁର ସନ୍ତୋଷ, ଲିପୁନ୍ ଓ ଗ୍ରାମବାସୀ ମିଶି ସାପକୁ ଉଦ୍ଧାର କରିଥିଲେ।

ସୂଚନା ଅନୁସାରେ, ସାପଟି ଜଣେ ଲୋକ ବାରିରେ ଏକ ତାଳ ଗଛ ଉପରେ ଚଢ଼ିଥିଲା। ଗାଁ ଲୋକଙ୍କ ସାହାଯ୍ୟରେ ସ୍ନେକ୍ ରେସକ୍ୟୁ ଟିମ୍ ଏହି ସାପକୁ ଗଛରୁ ଓହ୍ଲାଇ ଉଦ୍ଧାର କରିଥିଲେ। ପରେ ସ୍ନେକ ହେଲ୍ପ ଲାଇନକୁ ଜଣାଇ ସାପକୁ ଜଙ୍ଗଲରେ ଛଡ଼ାଯାଇଛି।