ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳର ଖଙ୍ଗୁରିଆ ଗ୍ରାମ ନିକଟସ୍ଥ ରାସ୍ତାରୁ ମଙ୍ଗଳବାର ଏକ ୬ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି।
ସୂଚନା ମୁତାବକ, ଖଙ୍ଗୁରିଆ ଗ୍ରାମ ନିକଟରେ ରାସ୍ତା ଉପରେ ଏକ ଅଜଗର ସାପ ଶୋଇଥିବା ଗ୍ରାମର କିଛି ଯୁବକ ଦେଖିଥିଲେ। ସେମାନେ ତୁରନ୍ତ ଛେଣ୍ତିପଦାର ସର୍ପ ଉଦ୍ଧାରକାରୀ ତଥା ଆଇନଜୀବୀ ନଗନେ ନନ୍ଦଙ୍କୁ ଖବର ଦେଇଥିଲେ। ନଗେନ ନନ୍ଦ ଅଜଗରକୁ ସରକ୍ଷିତ ଭାବେ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ସାପକୁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ିଥିବା ଜଣାଯାଇଛି।