ଘଟଣା ଓ ଦୁର୍ଘଟଣା

ଚିତଳ ହରିଣ ଛୁଆ ଉଦ୍ଧାର

By Angul TV Bureau

January 15, 2026

ଅନୁଗୁଳ: ଗତ ୧୪ ତାରିଖ ସକାଳ ୮ ଟା ସମୟରେ ଅନୁଗୁଳ ଫରେଷ୍ଟ ଡିଭିଜନର  ସି ପୁର ବିଟ ଅନ୍ତର୍ଗତ କର୍ଣ୍ଣପାଳ ଗାଁରୁ ଏକ ଚିତଳ ହରିଣ ଛୁଆକୁ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଉଦ୍ଧାର କରିଛନ୍ତି। ଗାଁ ଲୋକଙ୍କ ଠାରୁ ଖବର ପାଇ ଅଧିକାରୀ ମାନେ ଗାଁରେ ପହଞ୍ଚିଥିଲେ। ହରିଣ ଛୁଆଟିକୁ ନିକଟସ୍ଥ ତାଳଚେର କୁଲାସୀଙ୍ଗା ରାପିଡ ରେଷ୍ପନସ୍ ସେଣ୍ଟରକୁ ନିଆଯାଇ ଚିକିତ୍ସା କରାଯାଉଛି। ଦିନବନ୍ଧୁ ନାୟକ ଫରେଷ୍ଟର,ଅଜିତ ସାହୁ,ଲକ୍ଷ୍ମଣ ବେହେରା,ବିଜୟ ବାଜିଗର ହାତୀ ସ୍କ୍ୱାର୍ଡ ଏବଂ ହରମୋହନ ପ୍ରଧାନ,ଗଜସାଥି ଉଦ୍ଧାର ଟିମରେ ସାମିଲ ଥିଲେ ।