ଘଟଣା ଓ ଦୁର୍ଘଟଣା

ନାଲକୋ ଜିଜିଏମ୍‌ଙ୍କ କାରରୁ ଚୋରା ଆଲୁମିନିୟମ ଉଦ୍ଧାର, ଚାଳକ ଗିରଫ

By Angul TV Bureau

February 14, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲଟର ପ୍ଲାଣ୍ଟରରେ ଜଣେ ଗ୍ରୁପ୍ ଜେନେରାଲ ମ୍ୟାନେଜରଙ୍କ କାରରୁ ଚୋରା ଆଲୁମିନିୟମ ଉଦ୍ଧାର ହୋଇଛି। ସୂଚନା ଅନୁଯୟୀ, ସ୍ମେଲଟର ପ୍ଲାଣ୍ଟ ଫାଟକରେ ଶନିବାର ସନ୍ଧ୍ୟାରେ ନାଲକୋ ସିକ୍ୟୁରିଟି ଗାର୍ଡଙ୍କ ଦ୍ବାରା ସିଆରଜି ବିଭାଗର ଗ୍ରୁପ୍ ଜେନେରାଲ ମ୍ୟାନେଜର ବି.କେ. ସ୍ବାଇଁଙ୍କ କାର(ଓଡି୧୯ଜେ- ୮୮୩୫)କୁ ଚାଳକ ନେଇ ଆସୁଥିବା ବେଳେ ଯାଞ୍ଚ କରାଯାଇଥିଲା। ଏଥିରେ ଚାଳକଙ୍କ ଗୋଡ଼ତଳେ ୪ଟି ଆଲୁମିନିୟମ ଇଟା, ଯାହାର ମୂଲ୍ୟ ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ବ ଟଙ୍କା ହେବ ମିଳିଥିଲା। ସକ୍ୟୁରିଟି କର୍ମଚାରୀମାନେ କାର ଚାଳକ ପ୍ରଫୁଲ ପ୍ରଧାନ(୩୦)ଙ୍କୁ ଧରି ନାଲକୋ ପୁଲିସକୁ ହସ୍ତାନ୍ତର କରିଥିଲେ। ଏ ନେଇ ନାଲକୋ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଚାଳକ ପ୍ରଫୁଲଙ୍କୁ ରବିବାର କୋର୍ଟ ଚାଲାଣ କରିଛି।