ଘଟଣା ଓ ଦୁର୍ଘଟଣା

ଶ୍ରୀ ମେଟାଲିକ୍ସ କମ୍ପାନୀ ପରିସରରୁ ଦୁଇ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସର୍ପମିତ୍ର

By Angul TV Bureau

December 30, 2022

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଶ୍ରୀ ମେଟାଲିକ୍ସ କମ୍ପାନୀ ପରିସରରୁ ୨ ଟି ଅଜଗର ଉଦ୍ଧାର କରାଯାଇଛି। କମ୍ପାନୀ ପରିସରରୁ ଗତ ୨୭ ଏବଂ ୨୮ ତାରିଖରେ ୯ ଫୁଟ ଏବଂ ୧୦ ଫୁଟ ଲମ୍ବର ଦୁଇଟି ଅଜଗର ସାପକୁ ସର୍ପମିତ୍ର ଆଦିତ୍ୟ ବେହେରା ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି। ଆଦିତ୍ୟଙ୍କ ସହ ସର୍ପଉଦ୍ଧାରକାରୀ ପିଣ୍ଟୁ ବେହେରା, ବିଜୁ ଭୋଇ ଏବଂ ସହଯୋଗୀ ରାଜେଶ ରଞ୍ଜନ ସାହୁ ପ୍ରମୁଖ ରାତି ୧୦ ଟାରେ ଘଟଣାସ୍ଥଳରେ ପହଞ୍ଚି ସାପ ଦୁଇଟିକୁ ଉଦ୍ଧାର କରି ସଦର ବନପାଳଙ୍କୁ ସୂଚନା ଦେଇଥିଲେ। ପରେ ଅନୁଗୁଳ ସଦର ବନପାଳ ହରମୋହନ ପ୍ରଧାନଙ୍କ ତତ୍ତ୍ବାବଧାନରେ ଅଜଗର ଦୁଇଟିକୁ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛଡ଼ା ଯାଇଥିଲା। ଏ ଅବସରରେ କମ୍ପାନୀ କର୍ମଚୀରୀ ଶୁଭ୍ର ନାରାୟଣ ଦଳବେହେରା ସାହାଯ୍ୟ କରିଥିଲେ।