ଘଟଣା ଓ ଦୁର୍ଘଟଣା

ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

By Angul TV Bureau

September 11, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀକୁ ଲାଗି ରହିଥିବା କେନାଲ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କର ଗଳିତ ଶବକୁ ଉଦ୍ଧାର କରିଛି ପୁଲିସ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗଳିତ ଶବକୁ ଦେଖି ସ୍ଥାନୀୟ ଲୋକ ନାଲକୋ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଛି ଗଳିତ ଶବକୁ ଜବତକରି ଏକ ଅପମୃତ୍ୟୁ ମାମଲା ରୁଜକରି ଏଫ୍ଏମଟିକୁ ପଠାଇବାର ବ୍ୟବସ୍ଥା କରିଛି। ଏଫ୍ଏମଟି ରିପେର୍ଟ ମିଳିଲାପରେ ମୃତ୍ୟୁର କାରଣ ଜଣାପଡ଼ିତବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ମୃତ ବକ୍ତି ଜଣକ ଏକ ହାଫପ୍ୟାଣ୍ଟ ପିନ୍ଧିଥିଲେ। ଶବର ପରିଚୟ ମିଳିନାହିଁ। ତେବେ ଶବଟି ପ୍ରାୟ ଏକ ମାସରୁ ଊର୍ଦ୍ଧ୍ବ ସମୟ ହେବ ସେଠାରେ ପଡ଼ିଥିବା ଆଶଂକା କରାଯାଉଛି।