ଅନୁଗୁଳ: ଜିଲ୍ଲାର ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି। ଆଠମଲ୍ଲିକ ଥାନା ଅଧିକାରୀ ଇନ୍ସପେକ୍ଟର ପ୍ରକାଶ ମାଝୀଙ୍କୁ ଅନୁଗୁଳ ଟାଉନ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ଏଠାରେ ଥିବା ଇନ୍ସପେକ୍ଟର ଧୀରେଶ ଦାସଙ୍କୁ ଆଠମଲ୍ଲିକ ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। କିଆକଟା ଥାନା ଅଧିକାରୀ ଅନୁପ କୁମାର ତିର୍କୀଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଗୋପାଳପ୍ରସାଦ ଥାନାରେ ଥିବା ଇନ୍ସପେକ୍ଟର ବାଲୁଙ୍କେଶ୍ବର ନାୟକଙ୍କୁ କିଆକଟା ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି।ଅନୁଗୁଳ ଟାଉନ ଥାନାରେ ଥିବା ସବ୍ ଇନ୍ସପେକ୍ଟର ଗୋପୀନାଥ ଭାରତୀଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଆଜି ଏହି ବଦଳି ଆଦେଶ ବାହାରିଥିବା ବେଳେ ଆସନ୍ତାକାଲି ସୁଦ୍ଧା ନୂତନ ସ୍ଥାନରେ ଯୋଗ ଦେବାକୁ ନିର୍ଦେଶ ଦିଆଯାଇଛି।