ମୁଖ୍ୟ ଖବର

କେରାଣ୍ଡିନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କଲେ ଟୁସର ପଞ୍ଚାୟତବାସୀ

By Angul TV Bureau

December 23, 2022

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତ ବାଜପୁର ଠାରୁ ଗୁଆପଦା ମହିମାସାହି ଦେଇ କେରାଣ୍ଡିନାଳ ପାର ହୋଇ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର କୁକୁଡ଼ାବାହାଳୀ ପଞ୍ଚାୟତକୁ ଯାତାୟାତ ପାଇଁ ଆବଶ୍ୟକ ହେଉଥିବା ଏକ ପୋଲ ନିର୍ମାଣ ଦାବିରେ ଗତ ମଙ୍ଗଳବାର ବାଜପୁର ଗାଁରେ ୧୦ଟି ଗାଁର ଲୋକ ଏକଜୁଟ ହୋଇଛନ୍ତି। ଗୟାଚାନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ୧୦ ଖଣ୍ଡ ଗାଁର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଟୁସର ପଞ୍ଚାୟତର ବାଜପୁର, ଗୁଆପଦା, ଭଣ୍ଡାରୀମୁଣ୍ଡା, ଜଗନ୍ନାଥପୁର, ଭେଜିଡିହ, ଟୁସର, ବହଳବେଡା, ଭାଙ୍ଗମଳିହା, ବିଜାମଳିହା ଓ ଝୁଡ଼ଙ୍ଗମାଳର ଲୋକ ପ୍ରତିଦିନ କେରାଣ୍ଡି ନାଳ ଦେଇ ରେଢ଼ାଖୋଲ ବ୍ଲକକୁ ଯିବା ଆସିବା କରିଥାନ୍ତି।

ଗ୍ରାମବାସୀମାନେ ବଜାରଘାଟ, ଡାକ୍ତରଖାନା, କଲେଜ, ସ୍କୁଲକୁ ଯିବାପାଇଁ ଏହି ନାଳ ଉପରେ ନିର୍ଭର କରିଥାନ୍ତି l କେରାଣ୍ଡି ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗତ ୨୦୧୮ ମସିହାରୁ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଏବେ ଯାଏଁ ଏହା କାର୍ଯ୍ୟକାରୀ ହୋଇନଥିବାରୁ ଗାଁ ଲୋକ ପୁଣି ପୋଲ ପାଇଁ ଦାବି କରିଛନ୍ତି।