ଅନ୍ୟାନ୍ୟ

ବିଜେପି ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା

By Angul TV Bureau

February 08, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦର ୧୨ନଂ ୱାର୍ଡର ପୂର୍ବତନ କାଉଁସିଲର ପ୍ରମିଳା ଖଣ୍ଡୁଆଳ ଭାରତୀୟ ଜନତା ପାର୍ଟି ପ୍ରଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି । ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ଶ୍ରୀମତୀ ଖଣ୍ଡୁଆଳ ଆଉ ବିଜେପି ଦଳ ପାଇଁ କାର୍ଯ୍ୟ କରିବେ ନାହିଁ ବୋଲି ଅନୁଗୋଳ ଜିଲ୍ଲା ସଭାପତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଶ୍ରୀମତୀ ଖଣ୍ଡୁଆଳ ମଙ୍ଗବାର ଠାରୁ ନିଜକୁ ଦଳଠାରୁ ଦୂରେଇ ରଖିବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।