ମୁଖ୍ୟ ଖବର

କୃତ୍ରିମ ବୁଦ୍ଧିମତା ଦ୍ଵାରା ହାତୀ ମଣିଷ ବିବାଦର ସମାଧାନ

By Biswaranjan Pattnaik

April 01, 2026

ଅନୁଗୁଳ: ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା ଦ୍ଵାରା ହାତୀ ମଣିଷ ବିବାଦର ସମାଧାନ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।ଏହି କର୍ମଶାଳାକୁ କଲେଜ୍ ଅଧ୍ୟକ୍ଷ ଡ଼ା ବସନ୍ତ କୁମାର ସାହୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟବକ୍ତା ରୂପେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ା ସଞ୍ଜୟ କୁମାର ସାହୁ ଯୋଗ ଦେଇଥିଲେ । ପ୍ରାଣୀ ବିଜ୍ଞାନ ଅଧ୍ୟାପକ ସୁଶାନ୍ତ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ଲକ୍ଷ୍ମୀଧର ବିଶ୍ଵାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ବିବାଦ କିଭଳି ତୀବ୍ର ହେଉଛି ଏବଂ ଏହାଦ୍ଵାରା ପରିବେଶର କିଭଳି କ୍ଷତି ଘଟୁଛି ମୁଖ୍ୟ ଅତିଥି ଡ଼ା ସାହୁ ତାହା ଉଲ୍ଲେଖ କରିଥିଲେ।

ମୁଖ୍ୟ ବକ୍ତା ଡ଼ା ସଞ୍ଜୟ ସାହୁ ହାତୀ ମଣିଷ ବିବାଦର ମୁଖ୍ୟ କାରଣ ଏବଂ କୃତ୍ରିମ ବୁଦ୍ଧିମତା ଦ୍ଵାରା ଏହାକୁ କିଭଳି ନିୟନ୍ତ୍ରିତ କରିହେବ ତାହା ବୁଝାଇଥିଲେ। ଡ଼ା ସାହୁ ପିଲା ମାନଙ୍କୁ ଜଙ୍ଗଲ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ ହେବା ପାଇଁ ଉତ୍ସାହିତ କରିଥିଲେ। ଏହି ସେମିନାରରେ ପ୍ରାଣୀ ବିଜ୍ଞାନ ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।