ମୁଖ୍ୟ ଖବର

ତାଳଚେରରେ ଗଣେଶପୂଜା ପାଇଁ କଟକଣା: ଜାତୀୟ ରାଜପଥକୁ ନୋ ଏଣ୍ଟ୍ରି ଘୋଷଣା

By Angul TV Bureau

September 12, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଗଣେଶପୂଜାକୁ ଶୃଙ୍ଖଳିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳ ଅବଦୂଲ ଏମ୍. ଅଖତରଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ସେପ୍ଟେମ୍ବର ୧୪ରୁ ୨୬ ତାରିଖ ପର୍ଯ୍ୟନ୍ତ ୧୪୯ ନଂ ଜାତୀୟ ରାଜପଥରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।

ପୂଜା ସମୟରେ ରାସ୍ତାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରତିଦିନ ଅପରାହ୍ଣ ୩ଟାରୁ ରାତି ୧୧:୩୦ ମିନିଟ୍ ପର୍ଯ୍ୟନ୍ତ ଏହି ନୋ ଏଣ୍ଟ୍ରି ଜାରି ରହିବ। ଏହାସହ ସେପ୍ଟେମ୍ବର ୨୬ ତାରିଖରେ ଭସାଣି ଉତ୍ସବ ପାଇଁ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାରୀଯାନ ଚଳାଚଳ ବନ୍ଦ ରହିବ।

ଏହି କଟକଣା ଦ୍ୱାରା ଜନସାଧାରଣ ଓ ଦର୍ଶନାର୍ଥୀମାନେ ବିନା କୌଣସି ଅସୁବିଧାରେ ପୂଜା ମଣ୍ଡପକୁ ଯିବା ସହ ମୀନାବଜାର ଓ ବ୍ୟାବସାୟିକ କ୍ଷେତ୍ରକୁ ସହଜରେ ବୁଲିପାରିବେ।