ମୁଖ୍ୟ ଖବର

ବିମାନରେ ପୋର୍ଟେବଲ୍ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଚାର୍ଜ କରିବା ଉପରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ

By Angul TV Bureau

January 06, 2026

ଅନୁଗୁଳ: ଭାରତରେ ବିମାନ ଯାତ୍ରା ସମୟରେ ପୋର୍ଟେବଲ୍ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଚାର୍ଜ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସିଟ୍ ପାୱାର ସପ୍ଲାଏ ସିଷ୍ଟମରେ ପାୱାର ବ୍ୟାଙ୍କ ଲଗାଇ ଚାର୍ଜ କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ପାୱାର ବ୍ୟାଙ୍କ ଏବଂ ବ୍ୟାଟେରୀଗୁଡ଼ିକୁ କେବଳ ହ୍ୟାଣ୍ଡ ବ୍ୟାଗରେ ରଖିବା ପାଇଁ ଅନୁମତି ଦିଆଯାଇଛି। ଯାତ୍ରୀମାନଙ୍କୁ ଆଉ ଓଭରହେଡ୍ ବିନ୍ ରେ ଏହିସବୁ ଜିନିଷ ରଖିବାକୁ ଅନୁମତି ମିଳିବ ନାହିଁ। ଏହି ନିର୍ଦ୍ଦେଶ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଜାରି କରିଛନ୍ତି। ଲିଥିୟମ୍ ବ୍ୟାଟେରୀ ଜନିତ ଅଗ୍ନିକାଣ୍ଡ ଘଟଣା ପରେ ଏହି ପ୍ରତିବନ୍ଧକ ଲଗାଯାଇଛି। ଅନ୍ୟପଟେ ଯଦି କୌଣସି ଡିଭାଇସ୍ ଗରମ, ଧୂଆଁ କିମ୍ବା ଅସ୍ୱାଭାବିକ ଗନ୍ଧ ନିର୍ଗତ କରେ ତେବେ ଯାତ୍ରୀମାନଙ୍କୁ ତୁରନ୍ତ କ୍ୟାବିନ କ୍ରୁଙ୍କୁ ଜଣାଇବାକୁ କୁହାଯାଇଛି। ଏହି ନିର୍ଦ୍ଦେଶାବଳୀ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଜାରି କରାଯାଇଛି।