ମୁଖ୍ୟ ଖବର

କୁମ୍ଭୀର ଗଣନା ପାଇଁ ୫ ରୁ ୯ ତାରିଖ ଯାଏଁ ସାତକୋଶିଆରେ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା, ୧୭ ଓ ୧୮ ରେ ବନ୍ଦ ରହିବ ବୋଟିଂ

By Angul TV Bureau

January 03, 2025

ଅନୁଗୁଳ: କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ସାତକୋଶିଆକୁ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା। କୁମ୍ଭୀର ଗଣନା ପାଇଁ ୫ ତାରିଖ ଅପରାହ୍ନରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ଚାଲିବ। ସେହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ପର୍ଯ୍ୟଟକଙ୍କ ପାଇଁ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଏହି ସମୟରେ ନଦୀରେ ମାଛ ଧରିବା ପାଇଁ ମଧ୍ୟ ବାରଣ କରାଯାଇଛି। ସାତକୋଶିଆର ମହାନଦୀରେ କୁମ୍ଭୀର ଗଣନା ହେବାକୁ ଥିବାବେଳେ ଏଥିପାଇଁ ବନ ବିଭାଗର ୧୪ଟି ଦଳ ନିୟୋଜିତ ହେବେ ବୋଲି ଡିଏଫଓ ସରୋଜ ପଣ୍ଡା ସୂଚନା ଦେଇଛନ୍ତି।