ଅନ୍ୟାନ୍ୟ

ଖୁଚୁରା ସମ୍ପତ୍ତି ଓ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ଉଦଘାଟିତ

By Biswaranjan Pattnaik

November 11, 2021

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗ ଶିମିଳିପଡା ଠାରେ ବୁଧବାର ପୂର୍ବାହ୍ନରେ ଏସବିଆଇ ପକ୍ଷରୁ ଖୁଚୁରା ସମ୍ପତ୍ତି ଓ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱର ସର୍କଲର ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀମତୀ ବିଦ୍ୟା କ୍ରିଷ୍ଣାନ ମୁଖ୍ୟ ଅତିଥିରୁପେ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ ।ସମ୍ମାନିତ ଅତିଥିରୁପେ ମହାପ୍ରବନ୍ଧକ ଅଭୟ କିଶୋର ପାଣ୍ଡେ,ମୁଖ୍ୟ ଶାଖା ପରିଚାଳକ ପ୍ରମୋଦ କୁମାର ପ୍ରଧାନ, ସହାୟକ ମହା ପ୍ରବନ୍ଧକ ଆଶିଷ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ଏହି କେନ୍ଦ୍ର ମାଧ୍ୟମରେ ଶିକ୍ଷା ଋଣ,ଗୃହ ଋଣ,ବ୍ୟବସାୟିକ ଋଣ ସୁବିଧାରେ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ପ୍ରଥମ ଦିବସରେ ମୋଟ ୧.୩୫ କୋଟି ଟଙ୍କାର ବିଭିନ୍ନ ଋଣ ଗ୍ରାହକମାନଙ୍କୁ ପ୍ରଦାନ କରାଯାଇଥିଲା ।ଅନୁଗୁଳ, ତାଳଚେର,କିଶୋର ନଗର ଅଞ୍ଚଳର ଏସବିଆଇର ୧୯ଟି ଶାଖା ମାଧ୍ୟମରେ ଏହି ଋଣ ପ୍ରଦାନ ସେବାକୁ ସମ୍ପାଦନ କରାଯିବ ।