ଅନ୍ୟାନ୍ୟ

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରଲୋକ

By Biswaranjan Pattnaik

December 18, 2025

ଅନୁଗୁଳ: ବଅଁରପାଳ ଥାନା ତୁଳସୀପାଳ ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ଦୁର୍ଯ୍ୟୋଧନ ସାହୁଙ୍କ ଗତ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।

ପରଲୋକ ଖବର ପାଇ ଅନୁଗୁଳ ଡିଫେନସ ଭେଟେରାନର ସଭାପତି ଅନିଲ କୁମାର ମହାନ୍ତି ଏବଂ ସାଥୀ ମାନେ ଦେବରାଜଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଏବଂ ଜାତୀୟ ପତାକା ସହ ମର ଶରୀରକୁ  ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ। ଏଡିଭି ପକ୍ଷରୁ ଦିବଂଗତ ଆତ୍ମାର ସଦଗତି କାମନା କରାଜିବା ସହ ପରିବାର ବର୍ଗଙ୍କୁ ଶାନ୍ତ୍ବନା ପ୍ରଦାନ କରାଯାଇଥିଲା। ଏଡ଼ିଭି ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଭେଟରାନ ପ୍ରମୋଦ କୁମାର ଜେନା,ରଞ୍ଜିତ ଜେନା,ଯୁଗଳ କିଶୋର ସାହୁ ଓ ଅନ୍ୟ ବହୁ ସାଥୀ ଯୋଗ ଦେଇଥିଲେ।