ଅନ୍ୟାନ୍ୟ

ଅବସରପ୍ରାପ୍ତ ଅଡିଟରଙ୍କ ପରଲୋକ

By Angul TV Bureau

March 15, 2026

ଅନୁଗୁଳ: ଅବସରପ୍ରାପ୍ତ ଅଡିଟର୍ ଉଦୟ ନାଥ ଗଡ଼ନାୟକଙ୍କର ଗତ ଶୁକ୍ରବାର କୋଶଳା ସ୍ଥିତ ବାସଭବନରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ଗଡ଼ନାୟକ ପ୍ରଥମେ ଶିକ୍ଷକତା ଆରମ୍ଭ କରି ବହୁ ମେଧାବୀ ଛାତ୍ରଛାତ୍ରୀ ବାହାର କରିଥିଲେ।ପରେ ସେ ଏଜୀ ଅଡିଟର୍ ଭାବେ ଚାକିରି ଜୀବନ ଆରମ୍ଭ କରି ଅବସର ନେଇଥିଲେ। ଜଣେ ସଚ୍ଚୋଟ,ମେଳାପୀ ,ଜ୍ଞାନୀ ଗୁଣୀ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ତାଙ୍କର ବେଶ୍ ସୁନାମ ରହିଥିଲା।ତାଙ୍କର ଧର୍ମପତ୍ନୀ ଏବଂ ଚାରି ଝିଅ ଅଛନ୍ତି। ସାନଝିଅ ସଂଘମିତ୍ରା ମୁଖାଗ୍ନି ଦେଇଥିଲେ।ସ୍ବର୍ଗତ ଗଡ଼ନାୟକଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।