ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟର ପ୍ରଥମ ‘ବଡ଼ବାବୁ’ ମୋହନ ଚନ୍ଦ୍ର ଦେବତାଙ୍କ ପରଲୋକ

By Angul TV Bureau

February 22, 2026

ଅନୁଗୁଳ: ଅନୁଗୁଳ ଅମଲାପଡ଼ା ନିବାସୀ ତଥା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟର ପ୍ରଥମ ପ୍ରଧାନ ସହାୟକ (ବଡ଼ବାବୁ) ମୋହନ ଚନ୍ଦ୍ର ଦେବତାଙ୍କର ୯୦ ବର୍ଷ ବୟସରେ ପରଲୋକ ଘଟିଛି। ମୃତ୍ୟୁ ସମୟରେ ତାଙ୍କ ପରିବାର ବର୍ଗଙ୍କ ସମେତ ପୁତୁରା ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦେବତା ଉପସ୍ଥିତ ଥିଲେ। ସେ ଅମଲାପଡ଼ା ରାଧାକୃଷ୍ଣ ମନ୍ଦିର, ପୂଜା କମିଟି ଓ ଅନୁଗୁଳ ଭାଗବତ ପରାୟଣ କମିଟି ଭଳି ଅନେକ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ।

ତାଙ୍କ ବିୟୋଗରେ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ ଏବଂ ଅନେକ ପୂର୍ବତନ ଜନପ୍ରତିନିଧି ଗଭୀର ଶୋକ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି। ପୁରୀ ସ୍ଵର୍ଗଦ୍ଵାରଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ମୃତ୍ୟୁରେ ସମଗ୍ର ଅନୁଗୁଳ ସହରରେ ଶୋକର ଛାୟା ଖେଳିଯାଇଛି।