ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ହେଡ କ୍ଲର୍କ ଭାବେ ଅବସର ନେଇଥିବା ଆଡ଼ିବନ୍ଧୁ ମାଝୀଙ୍କ ୭୯ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ମଣ୍ଡାପାଳ ଡାକ୍ତରଖାନା ନେଇଥିଲେ। ସେଠାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରିଥିଲେ। କିନ୍ତୁ କଟକ ଯିବା ପୂର୍ବରୁ ହୃତଘାତରେ ତାଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ତିନିପୁଅ ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ। ତାଳଚେର ଟାଉନ ସ୍ଥିତ ମଣ୍ଡାପାଳ ଶ୍ମଶାନ ଘାଟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।