ମୁଖ୍ୟ ଖବର

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃତାର୍ଥ ସେନାପତିଙ୍କ ପରଲୋକ

By Angul TV Bureau

October 06, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳର ଉଚ୍ଚବିଦ୍ୟାୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃତାର୍ଥ ସେନାପତିଙ୍କର ୭୩ବର୍ଷ ବୟସରେ ସୋମବାର ପରଲୋକ ହୋଇଛି। ସେ ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ସମୟ ଧରି ଶିକ୍ଷକତା କରିଥିଲେ। ପରେ ସେ ବଅଁରପାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥଲେ।

ଅବସର ଗ୍ରହଣ ପରେ ସେ ନିଜ ଗାଁ ବଅଁରପାଳକୁ ଫେରି ସମାଜ ସେବାରେ ନିୟୋଜିତ ଥିଲେ। ସେ ଅନୁଗୁଳ ତଥା ଆଖପାଖ ଅଞ୍ଚଳରେ ବେଶ ପରିଚିତ ଓ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ସ୍ୱାସ୍ଥ୍ୟଗତ କାରଣରୁ ଶ୍ରୀ ସେନାପତି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା।

ଆଜି ବଅଁରପାଳ ସ୍ଥିତ ବାସଭନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ।