ଘଟଣା ଓ ଦୁର୍ଘଟଣା

ବିଦ୍ୟୁତ୍ ଆଘାତରେ ଅବସରପ୍ରାପ୍ତ ଲାଇନ୍ ମ୍ୟାନ ମୃତ

By Biswaranjan Pattnaik

September 20, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରି-ବିଶ୍ଵାଳ ସାହିର ବାସିନ୍ଦା ଚରଣ ଗଡ଼ନାୟକ(୬୫) ସୋମବାର ରାତିରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି।

ସୂଚନା ମୁତାବକ, ସେ ଘରେ ପଙ୍ଖା ସଜାଡୁଥିବା ବେଳେ ବିଦ୍ୟୁତ୍ ଆଘାତ ପାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଡାକ୍ତରଖାନା ନିଆଯାଇଥିଲା।ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କିଛି ବର୍ଷ ତଳେ ସେ ଲାଇନ୍ ମ୍ୟାନ ଭାବେ କାର୍ଯ୍ୟରତ ଥିବା ବେଳେ ବିଦ୍ୟୁତ୍ ଆଘାତରେ ତାଙ୍କର ଗୋଟିଏ ଆଖି ଗୋଟିଏ ହାତ ଅଚଳ ହୋଇ ଯାଇଥିଲା। ପୋଲିସ ଏ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି।