ପ୍ରତିଭା ଓ ବ୍ୟକ୍ତିତ୍ୱ

ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକଙ୍କ ପରଲୋକ

By Biswaranjan Pattnaik

November 07, 2025

ଅନୁଗୁଳ: ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁଗୁଳର ଅବସରପ୍ରାପ୍ତ ଶିକ୍ଷକ କଣ୍ଡୁରି ଚରଣ ଭୂତିଆଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। କିଛିଦିନ ହେବ ସେ ଅସୁସ୍ଥ ଥିଲେ।

ସ୍ବର୍ଗତ ଭୁତିଆ ପଡ଼ିଆଭଙ୍ଗା,ଗୋବରା,ଠାକୁରଗଡ଼ ଆଦି ଉଚ୍ଚ ବିଦ୍ୟାଳୟରେ ମଧ୍ୟ କାର୍ଯ୍ୟ କରିଥିଲେ। ଜଣେ ଛାତ୍ର ବତ୍ସଳ ଓ ନିଷ୍ଠାପର ଶିକ୍ଷକ ଥିଲେ।ରାଜ୍ୟ ଓଷ୍ଟାର ସେ ସଂଗଠନ ସମ୍ପାଦକ ଓ ଉପସଭାପତି ଭାବେ ମଧ୍ୟ ଦାୟିତ୍ଵ ସମ୍ଭାଳି ଥିଲେ। ତାଙ୍କ ପରଲୋକରେ ଶିକ୍ଷକ ନେତା ସରୋଜ ପାଣିଗ୍ରାହୀ,ଆଇନଜୀବୀ ଭୂପେଷ୍ ଚନ୍ଦ୍ର ପ୍ରଧାନ,ଶିକ୍ଷକ କେଦାର ବେହେରା,ଗଗନ ବିହାରୀ ପ୍ରଧାନ,ତରଣିସେନ୍ ସାହୁ , ଭାଲେଣ୍ଟିନା ଦାସ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଅନ୍ତିମ ଦର୍ଶନ କରିଥିଲେ। ଟାଉନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଳକା ସାହୁ ନେତୃତ୍ୱରେ ସ୍କୁଲରେ ମଧ୍ୟ ଏକ ଶୋକ ସଭା କରାଯାଇ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପୁରୀ ସ୍ବର୍ଗ ଦ୍ବାର ଠାରେ ସ୍ବର୍ଗତ ଭୂତିଆଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି।