ଅନ୍ୟାନ୍ୟ

ଆରପାରିରେ ଅବସରପ୍ରାପ୍ତ ଶିକ୍ଷକ ତଥା ଆଧ୍ୟାତ୍ମିକ ଚେତନାର ପୂଜାରୀ ବ୍ରଜବନ୍ଧୁ ପ୍ରଧାନ

By Angul TV Bureau

January 10, 2023

ଅନୁଗୁଳ: ସ୍ଥାନୀୟ ପୁରୁଣାକୋଟ ଥାନା ଟାଇଁସି ଗାଁର ଅବସରପ୍ରାପ୍ତ ଶିକ୍ଷକ ତଥା ଆଧ୍ୟାତ୍ମିକ ଚେତନାର ପୂଜାରୀ ବ୍ରଜବନ୍ଧୁ ପ୍ରଧାନଙ୍କର ଆଜି ଅପରାହ୍ନରେ ୭୮ ବର୍ଷ ବୟସରେ ପରଲୋକ ହୋଇଛି। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ତେବେ ଆଜି ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କ ଦେହାନ୍ତ ଘଟିଥିଲା। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ ଜଣେ ମିଷ୍ଟଭାଷୀ, ଛାତ୍ରବତ୍ସଳ, ପରିଶ୍ରମୀ, ଆଧ୍ୟାତ୍ମିକବାଦୀ ଶିକ୍ଷକ ଭାବେ ସାରା ଅଞ୍ଚଳରେ ବେଶ ଜଣାଶୁଣା।

ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପାଞ୍ଚ ପୁଅ ବୋହୂ, ନାତିନାତୁଣୀ, ବନ୍ଧୁବାନ୍ଧବ, ପ୍ରିୟଜନ ତଥା ଗ୍ରାମବାସୀ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ଖବର ପାଇ ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଅନୁଗୁଳ ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ପ୍ରଧାନ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମମତା ପ୍ରଧାନ, ସମାଜସେବୀ ସୁଶୀଲ ପ୍ରଧାନ, ଆଇନଜୀବୀ ପ୍ରଦୀପ ପ୍ରଧାନ, ଶିକ୍ଷକ ସ୍ୱପ୍ନଶ୍ୱର ପ୍ରଧାନ, ବିଜୟ ପ୍ରଧାନ, ରଞ୍ଜନ ପ୍ରଧାନ, ରୁଦ୍ରଦେବ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶେଷଦର୍ଶନ କରିଥିଲେ। ଗାଁ ଶ୍ମଶାନରେ ତାଙ୍କ ଶବଦାହ କରାଯାଇଥିଲା।