ମୁଖ୍ୟ ଖବର

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

By Angul TV Bureau

August 29, 2025

ଅନୁଗୁଳ:  ଅନୁଗୁଳ ବ୍ଲକ ଶଙ୍ଖପୁର ଗାଁର ଅବସରପ୍ରାପ୍ତ ଶିକ୍ଷକ ଗିରିଶ ଚନ୍ଦ୍ର ଦେହୁରୀ (୬୭)ଙ୍କ ଶୁକ୍ରବାର ହୃଦଘାତରେ ପରଲୋକ ହୋଇଛି। ୨୦୧୬ ମସିହାରେ ଅବସର ପରେ ନିଜକୁ ସମାଜ ସେବାରେ ନିୟୋଜିତ କରିଥିଲେ। ସେ ଜଣେ ଭଦ୍ର ନମ୍ର ସହ ଅତ୍ୟନ୍ତ ମେଳାପି ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ।

ଘରୋଇ ଜମିବାଡି ମାପସହ ଗାଁ ଗହଳିରେ ଛୋଟ ବଡ଼ ସମସ୍ୟାର ସମାଧାନ ପାଇଁ ସେ ଶଙ୍ଖପୁର ସମେତ ଆଖପାଖ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ମୃତ୍ୟୁର ଖବର ପାଇ ରାଜ୍ୟ ପୂର୍ବତନ ଯୋଜନା ବୋର୍ଡ ଅଧ୍ୟକ୍ଷ ତ୍ରିଲୋଚ଼ନ ପ୍ରଧାନ, ଅନୁଗୁଳ ବ୍ଲକ ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ, ପୂର୍ବତନ ଜିଲ୍ଲା ପରିଷଦ ଭାଗିରଥି ମାଝୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରୀଛାତ୍ର ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।