ଅନ୍ୟାନ୍ୟ

ଇଙ୍କରବନ୍ଧ ଗାଁର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପ୍ରଧାନଙ୍କ ପରଲୋକ

By Angul TV Bureau

October 08, 2023

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ଇଙ୍କରବନ୍ଧ ଗାଁର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପ୍ରଧାନ(୭୧)ଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ହୋଇଛି। କିଛିଦିନ ହେଲା ସେ ଲିଭରଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଦୁଇପୁଅ ପ୍ରଦ୍ୟୁମ୍ନ କୁମାର ପ୍ରଧାନ ଓ ପ୍ରିୟବ୍ରତ ପ୍ରଧାନଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ମୃତ୍ୟୁ ପରେ ମରଶରୀରକୁ ଇଙ୍କରବନ୍ଧସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା। ଏଠାରେ ଶହ ଶହ ଗ୍ରାମବାସୀଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିଥିଲେ। ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ରବିବାର ସନ୍ଧ୍ୟାରେ ଇଙ୍କରବନ୍ଧ ଗ୍ରାମରେ ଏକ ଶୋକସଭା କରାଯିବା ସହ ମହମବତୀ ଶୋଭାଯାତ୍ରା କରାଯାଇ ସ୍ବର୍ଗତ ଆତ୍ମାର ସଦ୍‌ଗତି କାମନା କରାଯାଇଛି। ଏଥିରେ ଇଙ୍କରବନ୍ଧ ସରପଞ୍ଚ ଶ୍ରୀବତ୍ସ ସାହୁ, ଗ୍ରାମ୍ୟ କମିଟି ସଭାପତି ଦୟାନିଧି ଦାସ, ମଙ୍ଗୁଳୁ ନାୟକ, ନିରାକାର ପ୍ରଧାନ, ବାବୁଲି ସାହୁଙ୍କ ସମେତ ଗାଁର ବହୁ ଯୁବକ ଓ ଛାତ୍ର ଉପସ୍ଥିତ ଥିଲେ।

ତାଙ୍କ ମୃତ୍ୟୁରେ ଅନୁଗୁଳ କ୍ରିକେଟ୍‌ ଆସୋସିଏସନ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ବିଜେପି ନେତା ଦୁର୍ଗାଚରଣ ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିବା ସହ ମୃତ ପରିବାରକୁ ସମବେଦନା ଜଣାଇଛନ୍ତି।