ମୁଖ୍ୟ ଖବର

ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା

By Angul TV Bureau

August 17, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦୀର୍ଘ ୩୦ ବର୍ଷ ନିରବଛିନ୍ନ ଭାବେ ସରକାରୀ ଚାକିରୀରେ ସୂଚାରୁରୂପେ ଦାୟିତ୍ଵ ନିର୍ବାହ କରି ଗତ ଜୁଲାଇ ମାସ ୩୧ ତାରିଖରେ କାର୍ଯ୍ୟରୁ ଅବସର ନେଇଛନ୍ତି ଅନୁଗୋଳ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦେଶକ ସୁବ୍ରତ କୁମାର ଚାଟାର୍ଜୀ। ଗତ ୧୩ ତାରିଖରେ ତାଙ୍କୁ ଜିଲ୍ଲାପାଳ ଅବଦ୍ଦାଲ୍ ମୁହମ୍ମଦ୍ ଅଖତର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସମ୍ବର୍ଦ୍ଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ଓ ପ୍ରତାପ ପ୍ରୀତିମୟ ଏବଂ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଶ୍ରୀ ଚାଟାର୍ଜୀ ନିଷ୍ଠାର ସହିତ ଦାୟିତ୍ୱ ନିର୍ବାହ କରିବା ସହ କର୍ମଚାରୀମାନଙ୍କୁ ନେଇ ଏକ ଦଳୀୟ ମନୋଭାବରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରୁଥିଲେ । ସେ ଜଣେ ସରଳ, ମେଳାପୀ ଓ କର୍ତ୍ତବ୍ୟ ନିଷ୍ଠ ଅଧିକାରୀ ଭାବେ ଜିଲ୍ଲା ପ୍ରଶାସନରେ କାର୍ଯ୍ୟ କରି ଲୋକ ପ୍ରିୟତା ହାସଲ କରିଛନ୍ତି। ଏହାଛଡା ତାଙ୍କର ସମୟାନୁବର୍ତ୍ତିତା, ସାଙ୍ଗଠନିକ ଓ ଗଠନମୂଳକ ଚିନ୍ତାଧାରା ରହିଥ‌ିବା ସହ ସେ ଜଣେ ଅତି ଧୂର, ଶାନ୍ତ, ନମ୍ର, ଆଦର୍ଶବାଦୀ ଓ ମିଷ୍ଟଭାଷୀ ଭାବେ ପରିଚିତ ଥିଲେ। ତାଙ୍କର କାର୍ଯ୍ୟକାଳ ଭିତରେ କର୍ମଚାରୀମାନଙ୍କ ପ୍ରତି ଥିବା ତାଙ୍କର ସ୍ନେହ ଶ୍ରଦ୍ଧା ଓ ଆଦର ତାଙ୍କୁ ସ୍ମରଣୀୟ କରି ରଖିବ ।