ଅନ୍ୟାନ୍ୟ

ଗଛ ଲଗେଇ ଅବସରକାଳୀନ ସମ୍ବର୍ଦ୍ଧନା

By Biswaranjan Pattnaik

May 31, 2025

ଅନୁଗୁଳ: ନିର୍ମଳ ହାଉସ କିପିଂ ପକ୍ଷରୁ ଅନୁଗୁଳ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତିଙ୍କୁ ନିଆରା ଢଙ୍ଗରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଟ୍ରମା କେୟାର ସମ୍ମୁଖରେ ସଂସ୍ଥାର ସିକ୍ୟୁରିଟି, ଇଲେକ୍ଟ୍ରିଶିଆନ,ପ୍ଲମ୍ବର୍, ସୁପର୍ଭାଇଜର, ଲିଫ୍ଟ ଅପରେଟରଓ ଅନ୍ୟାନ୍ୟ କର୍ମଚାରୀମାନେ ଗଛ ଲଗାଇଥିଲେ। ସିଡିଏମଓଡ଼ା ମହାନ୍ତି ସମସ୍ତ କର୍ମଚାରୀଙ୍କୁ ଏଥିପାଇଁ ଧନ୍ୟବାଦ୍ ଦେଇଥିଲେ।ଶାନ୍ତନୁ କୁମାର ସ୍ବାଇଁ,ପ୍ରଶାନ୍ତ ସିଂହ,ବିକାଶ ପଟ୍ଟନାୟକ,ଦିବ୍ୟରଞ୍ଜନ ପ୍ରଧାନ,ବ୍ରହ୍ମାନନ୍ଦ ଗଡ଼ନାୟକ,ସୂର୍ଯ୍ୟକାନ୍ତ ମହାରଣା ଆଦି ସଂସ୍ଥା ପକ୍ଷରୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କର୍ମଚାରୀ ମାନେ ନର୍ସିଂ ଅଫିସର ମେରୀ ଡେଭିଡଙ୍କୁ ମଧ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇ ଥିଲେ।